ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ବଡ଼ କାର୍‌ ଆଡ଼କୁ ଢଳୁଛନ୍ତି ଗ୍ରାହକ, ମିଳୁଛି ଆକର୍ଷଣୀୟ ଫାଇନାନ୍ସ ସୁବିଧା

ନୂଆଦିଲ୍ଲୀ,୨୨/୦୪: ଦେଶ ଏବେ ବିଶ୍ୱର ଅଭିବୃଦ୍ଧିଶୀଳ ଅର୍ଥନୀତି । ଏହା ସହ ଲୋକଙ୍କ ପସନ୍ଦ ଏବେ ବଦଳିଛି । ଏବେ ଅଧିକାଂଶ ଲୋକ ବଡ କାର ଚଳାଇବାକୁ ପସନ୍ଦ କରୁଛନ୍ତି । ଏଭଳି ସ୍ଥିତିରେ ବଡ ଗାଡିର ଅଂଶ ଦ୍ରୁତ ଭାବେ ବୃଦ୍ଧି ହେଉଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।

ଜାତୋ ଡାଇନାମିକ୍ସର ଆକଳନ ମୁତାବକ, ଦେଶ ମଧ୍ୟରେ କମ୍ପାକ୍ଟ ଯାନର ଚାହିଦା ହ୍ରାସ ହେଉଛି । ଏହି ଯାନ ଗୁଡିକର ଲମ୍ବ ୪ ମିଟରରୁ କମ୍‌ ହୋଇଥାଏ । ଏହି ବର୍ଗର କାରଗୁଡିକରେ ଟିକସ କ୍ଷେତ୍ରରେ ବେଶ ଭଲ ରିହାତି ମିଳେ । ୨୦୨୩ରେ କମ୍ପାକ୍ଟ ଯାନର ଅଂଶ ୫୦%କୁ ଖସିଛି । ଯାହା ୨୦୨୧ରେ ୬୨% ଥିଲା । ଏହି ସେଗମେଣ୍ଟରେ ଲଞ୍ଚ ହୋଇଥିବା ଯାନ ସଂଖ୍ୟା ୩୮କୁ ଖସିଛି, ଯାହା ୨୦୨୧ରେ ୪୮ ଥିଲା । ଏହି ସେଗମେଣ୍ଟରେ ହାଇପର କମ୍ପିଟେଟିଭ ଏଣ୍ଟ୍ରି ଲେଭଲ ଏସ୍‌ୟୁଭି ବର୍ଗ ମଧ୍ୟ ସାମିଲ ରହିଛି । ତେବେ ଗ୍ରାହକ ଏବେ ବଡ ଗାଡିକୁ ବେଶ ପସନ୍ଦ କରୁଛନ୍ତି ।

ଜାତୋ ଡାଇନାମିକ୍ସର ସଭାପତି ରବି ଭାଟିଆ କହିଛନ୍ତି, ଏବେ କମ୍ପାକ୍ଟ ବର୍ଗରେ କମ୍ପାନିଗୁଡିକ କମ୍‌ ସଂଖ୍ୟକ ଯାନ ବଜାରକୁ ଛାଡୁଛନ୍ତି । ଗ୍ରାହକଙ୍କ ପରିବର୍ତ୍ତିତ ଚାହିଦା ଆଧାରରେ କମ୍ପାନିଗୁଡିକ ଏଭଳି ଋଣନୀତି ଆପଣାଉଛନ୍ତି । ଏଭଳି ସ୍ଥିତିରେ ନୀତି ନିର୍ଦ୍ଧାରକଙ୍କୁ ନିୟମରେ ପରିବର୍ତ୍ତନ ଆଣିବା ଆବଶ୍ୟକତା ରହିଛି । 

୨୦୦୬ରେ ଭାରତ ଏକ ନୂଆ ନୀତି ଲାଗୁ କରିଥିଲା । ଏଥିରେ ୪ ମିଟରରୁ କମ୍‌ ଲମ୍ବା ଯାନ ଉପରେ ୧୨୦୦ ସିସିରୁ କମ୍‌ କ୍ଷମତା ବିଶିଷ୍ଟ ପେଟ୍ରୋଲ ଇଞ୍ଜିନ ଏବଂ ୧୫୦୦ ସିସିରୁ କମ୍‌ କ୍ଷମତା ବିଶିଷ୍ଟ ଡିଜେଲ ଇଞ୍ଜିନ ଉପରେ କମ୍‌ ଉତ୍ପାଦ ଟିକସ ଲାଗୁ ହେଉଥିଲା । ଫଳରେ ଛୋଟ କାରର ଲୋକପ୍ରିୟତା ବଢ଼ିଥିଲା । ପ୍ରାୟ ୧ ଦଶନ୍ଧି ଯାଏ ଏହି ବର୍ଗର ଯାନ ଅଂଶ ମୋଟ ବିକ୍ରିର ୭୨% ରହିଥିଲା ।

ତେବେ ସମୟରେ ପରବର୍ତ୍ତନ ସହ ମାରୁତି ସୁଜୁକି, ହ୍ୟୁଣ୍ଡାଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, କିଆ, ରେନୋ, ନିଶାନ, ଟୟୋଟା ଭଳି ଅଧିକାଂଶ ଅଟୋମୋବାଇଲ କମ୍ପାନି କମ୍ପାକ୍ଟ ଏସ୍‌ୟୁଭି ବର୍ଗରେ ଉପସ୍ଥିତି ବଢ଼ାଇଲେ । ଦେଶର ପ୍ରମୁଖ ଯାନ ନିର୍ମାତା କମ୍ପାନି ମାରୁତି ସୁଜୁକି ଅନୁସାରେ, ଏଣ୍ଟ୍ରି  ଲେଭଲ ଏସ୍‌ୟୁଭି ଅପେକ୍ଷାକୃତ ସୁଲଭ ହେବା ଯୋଗୁ ଲୋକମାନେ ଏହି ବର୍ଗର ଯାନ କ୍ରୟ ପ୍ରତି ଆଗଭର ହୋଇଛନ୍ତି । ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଏଣ୍ଟ୍ରିଲେଭଲ ଏସ୍‌ୟୁଭି କିଣିବାକୁ ଲୋକ ଆଗଭର ହେଉଛନ୍ତି ।

ଏମ୍‌ଜି ମୋଟର୍ସର ମୁଖପାତ୍ର କହିଛନ୍ତି, ପୂର୍ବରୁ ଲୋକମାନେ ହ୍ୟାଚ୍‌ବ୍ୟାକ ଏବଂ କମ୍ପାକ୍ଟ ସେଡାନ କ୍ରୟ କରୁଥିଲେ । ଏହି ବର୍ଗର ଗ୍ରାହକ ଏବେ ଏସ୍‌ୟୁଭି ମୁହାଁ । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଅଟୋ କମ୍ପାନି ନିଜର ଉତ୍ପାଦରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି । ଅର୍ବାନ ମୋବିଲିଟି ଅନୁସାରେ ଏସ୍‌ୟୁଭି ଲଞ୍ଚ ହେଉଛି ।  ଯାନଗୁଡିକର ନିରାପତ୍ତା ଆବଶ୍ୟକତା ଯୋଗୁ ଏଣ୍ଟ୍ରିଲେଭଲ ହ୍ୟାଚବ୍ୟାକ ଲାଗି ଉତ୍ପାଦନ ଖର୍ଚ୍ଚ ବଢ଼ିଛି । ଏହି କାର୍‌ ଗୁଡିକରେ ଅଧିକ ଲାଭ ହାସଲ କରିବା କମ୍ପାନିଗୁଡିକ ଲାଗି ଆହ୍ୱାନ ପାଲଟିଛି । ନିରାପତ୍ତା, ଫୁଏଲ ଇକୋନୋମି ରେଗୁଲେସନ, ପ୍ୟାକେଜିଂ ସୀମା ଏବଂ ମୂଲ୍ୟ କମ୍‌ ରଖିବା ଭଳି ଆହ୍ୱାନ କମ୍ପାନିଗୁଡିକ ସାମ୍ନାରେ ରହୁଛି । ଫଳରେ କମ୍ପାନିଗୁଡିକ ଛୋଟ କାର ଡିଜାଇନ କରିବା କମ୍‌ କରୁଛନ୍ତି । 

ଦେଶର ସହରାଞ୍ଚଳରେ ଆୟରେ ସ୍ଥିରତା ଜାରି ରହିଛି । ଫଳରେ ଯାନ କ୍ରୟକୁ ନେଇ ଲୋକଙ୍କ ପସନ୍ଦ ଦ୍ରୁତ ଭାବେ ପରିବର୍ତ୍ତନ ହେଉଛି । ସେହିଭଳି ସହଜରେ ଫାଇନାନ୍ସ ଉପଲବ୍ଧ ହେଉଥିବାରୁ ଲୋକେ ବଡ ଗାଡି କିଣିବାକୁ ମଧ୍ୟ ଆଗଭର ହେଉଥିବା ଶିଳ୍ପ ବିଶେଷଜ୍ଞ କହିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.