ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଜେଟ୍‌ ଏୟାରଓ୍ବେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌

Image Courtsy: hindustantimes

ମୁମ୍ବାଇ: ବମ୍ବେ ହାଇକୋର୍ଟ ଜେଟ୍‌ ଏୟାରଓ୍ବେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଦୁଇ ମାସ ଲାଗି ଅନ୍ତରୀଣ ଜାମିନ ଦେଇଛନ୍ତି ।ସ୍ବାସ୍ଥ୍ୟଗତ କାରଣ ଯୋଗୁ ତାଙ୍କୁ ଏହି ଅନ୍ତରୀଣ ଜାମିନ ମିଳିଥିବା ଜଣାପଡ଼ିଛି । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ ନରେଶ ଗୋୟଲ । ତାଙ୍କୁ ଆଜି ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଏନଜେ ଜାମାଦାରଙ୍କ ଖଣ୍ଡପୀଠ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହା ସହ କୋର୍ଟଙ୍କ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି ନରେଶଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । 

 ଏପରିକି ତାଙ୍କୁ ନିଜର ପାସପୋର୍ଟ ଜିମା ଦେବାକୁ କୁହାଯାଇଛି । ନରେଶ ଗୋୟଲ ଏବଂ ତାଙ୍କ ପତ୍ନୀ ଅନୀତା ଉଭୟ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ଏହାକୁ ନେଇ ୭୫ ବର୍ଷୀୟ ନରେଶ ଗୋୟଲ ସ୍ବାସ୍ଥ୍ୟବସ୍ଥା ଏବଂ ମାନବତା ଦୃଷ୍ଟିରୁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ସେ କୋର୍ଟରେ ଆବେଦନ କରିଥିଲେ । 

 ସୂଚନାଯୋଗ୍ୟ, ୫୩୮ କୋଟି ଟଙ୍କା ହେରଫେର ମାମଲାରେ ୨୦୨୩ ସେପ୍ଟେମ୍ବରରେ ଇଡି ନରେଶ ଗୋୟଲଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଇଡି ଚାର୍ଜସିଟ୍‌ ଦାଖଲ କରିବା ପରେ ନରେଶଙ୍କ ପତ୍ନୀ ଅନୀତାଙ୍କ ସଂପୃକ୍ତି ନେଇ ଜଣାପଡ଼ିଥିଲା । ଏହା ପରେ ନଭେମ୍ବର ମାସରେ ଅନୀତା ଗୋୟଲଙ୍କୁ ଗିରଫ କରିଥିଲା ଇଡି । କିନ୍ତୁ ତାଙ୍କର ଅଧିକ ବୟସ ଏବଂ ଖରାପ ସ୍ବାସ୍ଥ୍ୟବସ୍ଥା କାରଣରୁ ତାଙ୍କୁ ସେହି ଦିନ ଜାମିନ ମିଳିଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.