ଭୁବନେଶ୍ୱର - ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ବିଜେପି କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ସେ ଆମ୍ୱପୁଆ ସାଧାରଣ ସଭାରେ ଯୋଗ ଦେବେ। ଅମିତ ଶାହଙ୍କ ପରେ ଏହା ଓଡ଼ିଶାକୁ ନଡ୍ଡାଙ୍କ ଗସ୍ତ।
ବିଜେପି ସୂତ୍ରାନୁସାରେ , ଆମ୍ବପୁଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ନଡ୍ଡା। ଏହି ସଭା ପରେ ସେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତା ବୈଠକରେ ସାମିଲ ହେବେ। ବ୍ରହ୍ମପୁର ସଭାରେ ସାମିଲ ହୋଇ ବିଜେପି ପାଇଁ ଭୋଟ୍ ମାଗିବେ ନଡ୍ଡା। ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ପଦ୍ମ ଫୁଲ ଫୁଟାଇବାକୁ ବିଜେପି ରଣନୀତି କରିଛି। ଏହି ସଭାରେ ବ୍ରହ୍ମପୁର ଓ ଆସ୍କା ଲୋକସଭା ପ୍ରାର୍ଥୀଙ୍କ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭାର ପ୍ରାର୍ଥୀ ଉପସ୍ଥିତ ରହିବେ।
ଉଲ୍ଲେଖନୀୟ ଯେ, ଗୁରୁବାର ଶାହ ଓଡ଼ିଶା ଆସି ବିଜେଡି ସରକାରକୁ ଜୋରଦାର ଟାର୍ଗେଟ୍ କରିଥିଲେ। ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ। ଶାହଙ୍କ ଏଭଳି ଆକ୍ରମଣ ପରେ ବିଜେପି ଶିବିର ବେଶ୍ ଉତ୍ସାହିତ ଥିବାବେଳେ ଜେପି ନଡ୍ଡାଙ୍କର ଏହି ଯାତ୍ରା ବିଜେପି ଶିବିରରେ ଆହୁରି ଉଷ୍ମତା ଭରି ଦେଇଛି।