ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଅରବିନ୍ଦ କେଜ୍ରିୱାଲଙ୍କୁ ମାରିବାକୁ ଚାହୁଁଛନ୍ତି , ଜେଲ୍‌ରେ ମିଳୁନାହିଁ ଇନସୁଲିନ୍ : ବିଜେପି ଉପରେ ବର୍ଷିଲେ ପତ୍ନୀ ସୁନିତା

ରାଞ୍ଚି : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ୍‌ରେ ବନ୍ଦୀ ଅଛନ୍ତି। ତାଙ୍କର ଅନୁପସ୍ଥିତିରେ ଆମ୍‌ ଆଦମୀ ପାର୍ଟିର ଅନ୍ୟ ନେତା ଓ ତାଙ୍କର ପତ୍ନୀ ମୋର୍ଚ୍ଚା ସମ୍ଭାଳିଛନ୍ତି। ଏହି ମଧ୍ୟରେ ଜେଲ୍‌ରେ ତାଙ୍କର ସୁଗାର ସ୍ତର ବଢିବା ମାମଲା ଚର୍ଚ୍ଚାରେ ରହିଛି। ଆମ୍‌ ଆଦମୀ ପାର୍ଟିର ଅଭିଯୋଗ କି କେଜ୍ରିୱାଲଙ୍କୁ ଇନସୁଲିନର ଆବଶ୍ୟକ ରହିଛି , ହେଲେ ଏହା ସତ୍ତ୍ୱେ ତାଙ୍କୁ ଜେଲ୍‌ରେ ଇନସୁଲିନ୍‌ ଦିଆ ଯାଉ ନାହିଁ। ତାଙ୍କୁ ମାରିବାକୁ ଚକ୍ରାନ୍ତ କରାଯାଉଛି। ରାଞ୍ଚିରେ ହୋଇଥିବା ଇଣ୍ଡିଆ ଗଠବନ୍ଧନର ମହାରାଲିରେ ମଧ୍ୟ ସୁନିତା କେଜ୍ରିୱାଲ ଏହି ବିଷୟକୁ ଜୋରସୋରରେ ଉଠାଇଛନ୍ତି। ସେ କହିଛନ୍ତି, ବିଜେପି ସରକାର ମୋର ସ୍ୱାମୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାରିବାକୁ ଚାହୁଁଛି, ଜେଲ୍‌ରେ ତାଙ୍କୁ ଇନସୁଲିନ୍‌ ମିଳୁ ନାହିଁ। 

ତାଙ୍କର କହିବା ହେଲା କି , ବିରୋଧି ଗଠବନ୍ଧନ ଇଣ୍ଡିଆ  ବିଜେପିର ଅତ୍ୟାଚାରୀଙ୍କ ବିରୋଧରେ ଲଢିବେ ଏବଂ ଜିତିବେ। ସୁନିତା ଏଠାରେ ଉଲଗୁଲାନ ନ୍ୟାୟ ରାଲିରେ କହିଛି , ସେ ମୋର ସ୍ୱାମୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାରିବାକୁ ଚାହାନ୍ତି। ତାଙ୍କର ଭୋଜନକୁ କ୍ୟାମେରାରେ ନିରୀକ୍ଷଣ କରାଯାଉଛି। ତାଙ୍କୁ ଇନସୁଲିନ୍‌ ଦେବାକୁ ମନା କରି ଦିଆଯାଇଛି। ମୋ ସ୍ୱାମୀ ସୁଗାର ରୋଗୀ। ଯିଏ ୧୨ ବର୍ଷ ହେବ ଇନସୁଲିନ୍‌ରେ ଅଛନ୍ତି , ତାଙ୍କୁ ପ୍ରତିଦିନ ୫୦ ୟୁନିଟ୍‌ ଇନସୁଲିନ୍‌ର ଆବଶ୍ୟକ ହୋଇଥାଏ।

ସେ ଦାବି କରିଛନ୍ତି କି, ତାଙ୍କ ସ୍ୱାମୀଙ୍କୁ ଜନ ସେବା ର କାମ କରିବାକୁ ଜେଲ୍‌ରେ ଭର୍ତ୍ତି କରିଦିଆ ଯାଇଛି ଏବଂ ତାଙ୍କ ବିରୋଧରେ କୌଣସି ଅଭିଯୋଗ ସାବ୍ୟସ୍ତ କରାଯାଇ ପାରି ନାହିଁ। ସେ କହିଛନ୍ତି , ଆମେ ଅତ୍ୟାଚାରୀଙ୍କ ବିରୋଧରେ ଲଢିବୁ ଓ ଜିତିବୁ। ଜେଲ୍‌ର ତାଲା ଭାଙ୍ଗିବ ଓ ଅରବିନ୍ଦ କେଜ୍ରିୱାଲ ତଥା ହେମନ୍ତ ସୋରେନ ମୁକ୍ତ ହେବେ।

ସୁନିତା କହିଛନ୍ତି , ଅରବିନ୍ଦ କେଜ୍ରିୱାଲଙ୍କ କ୍ଷମତାର କୌଣସି ଲାଳସା ନାହିଁ। ସେ କେବଳ ଦେଶର ସେବା କରିବାକୁ ଚାହାନ୍ତି। ସେ ଦେଶକୁ ନମ୍ୱର-୧ କରିବାକୁ ଚାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.