ପ୍ରମୁଖ ଖବର
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଗୁରୁବାର ସନ୍ଧ୍ୟାରେ ବିଜେଡି ନିର୍ବାଚନୀ ଇସ୍ତାହାର, ଭି.କେ ପାଣ୍ଡିଆନଙ୍କ ସୂଚନା

ଭୁବନେଶ୍ଵର, ୦୯/୦୫ : ଗୁରୁବାର ସନ୍ଧ୍ୟାରେ ଆସିବ ବିଜେଡି ନିର୍ବାଚନୀ ଇସ୍ତାହାର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟ ଇସ୍ତାହାର ଜାରି କରିବେ। ବ୍ରହ୍ମପୁର କନିଷି ସଭାମଞ୍ଚରେ ଏନେଇ ସୂଚନା ଦେଲେ ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ। ସେ କହିଛନ୍ତି ଯେ, ବିଜେଡି ଇସ୍ତାହାରରେ ଓଡ଼ିଶାବାସୀ ଖୁସି ହେବେ। 

୫-ଟି ଅଧ୍ୟକ୍ଷ ପୁଣି କହିଛନ୍ତି ଯେ, ବିରୋଧୀ ଦଳ ଏପରି ଇସ୍ତାହାର କରିଛନ୍ତି ଯେ ୨୪ ବର୍ଷ ହେଲା ଜଣେ ମୁଖ୍ୟମନ୍ତ୍ରୀ ଚେହେରା ଦେଇ ପାରି ନାହାଁନ୍ତି। ୨୪ ବର୍ଷ ହେଲା ଏକ ପ୍ରମୁଖ କେନ୍ଦ୍ରୀୟ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଖୋଜିପାରି ନାହାଁନ୍ତି। କି ଖୋଜିପାରିବେ ନାହିଁ। ବିରୋଧୀ ଦଳ ପ୍ରତି ୫ ବର୍ଷରେ ଗୋଟିଏ ଲେଖାଏଁ ଇସ୍ତାହାର ଆଣନ୍ତି।  ୨୦୧୪ ଇସ୍ତାହାରରେ ମଧ୍ୟ ବିଜେପି ଇସ୍ତାହାର ଆଣିଥିଲା। ଦରଦାମ୍ ହ୍ରାସ, ୨ କୋଟି ନିଯୁକ୍ତି ପ୍ରତିଶୃତି ଦେଇଥିଲା, ତାହା କୁଆଡ଼େ ଗଲା। ୧୨୦ ସିଟ୍ ଲକ୍ଷ୍ୟ ରଖିଥିଲେ ହେଲେ ୨୦ରୁ କମ୍ ସିଟ୍ ପାଇଲେ। ୨୦୧୯ରେ ଆଉ ଏକ ଇସ୍ତାହାର ଆଣିଥିଲେ। ସେଥିରେ ଅପପ୍ରଚାର, ମିଥ୍ୟା ପ୍ରତିଶୃତି ଦେଲେ। ୨୦ କି ୨୧ ସିଟ୍ ପାଇଲେ। ଏଥର ବି ଇସ୍ତାହାର ଆଣିଛନ୍ତି। ହେଲେ ତାକୁ ଓଡ଼ିଶାବାସୀ ବିଶ୍ଵାସ କରୁ ନାହାଁନ୍ତି। ଆଜି ସନ୍ଧ୍ୟାରେ ନବୀନ ବାବୁ ଏକ ଇସ୍ତାହାର ଆଣିବେ। ତାହାକୁ ନେଇ ଓଡ଼ିଶାବାସୀ ଖୁସି ହେବେ। ଏହି ଇସ୍ତାହାରରେ ଯାହା ପ୍ରତିଶୃତି ଦିଆଯିବ, ତାହା ଘରେ ଘରେ ପହଞ୍ଚିବ। ନବୀନ ବାବୁ କଥା କମ୍ କୁହନ୍ତି, କାମ ଅଧିକ କରନ୍ତି। ସେଥିପାଇଁ ସବୁ ନିର୍ବାଚନରେ ଓଡ଼ିଶାବାସୀ ତାଙ୍କୁ ପସନ୍ଦ କରୁଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.