ପ୍ରମୁଖ ଖବର
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ସଙ୍କଟରେ ଓଡ଼ିଆ ଅସ୍ମିତାର ପ୍ରତୀକ, ମେଟ୍ରୋ ରେଳ ପାଇଁ ଘୋଡ଼ାକୁ ମାଷ୍ଟରକ୍ୟାଣ୍ଟିନ୍‌ ମଝିରୁ ହଟାଇବାକୁ ମସୁଧା

ଭୁବନେଶ୍ୱର,୦୯/୦୫: ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଦୀର୍ଘ ବର୍ଷ ହେବ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ସଦର୍ପରେ ଛିଡ଼ା ହୋଇଛି । ଏହା ଓଡ଼ିଆଙ୍କ ଗୌରବ ଓ ଅସ୍ମିତାର ପରିଚୟ । ହେଲେ ଏହି ଘୋଡ଼ା ପୁଣି ବିପଦରେ । ମେଟ୍ରୋ ରେଳ ପାଇଁ ଘୋଡ଼ାକୁ ମାଷ୍ଟରକ୍ୟାଣ୍ଟିନ୍‌ ମଝିରୁ ହଟାଇବାକୁ ମସୁଧା ଚାଲିଛି । ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ ହେବ । ଛକରେ ମଝିରେ ଥିବା ଘୋଡ଼ାକୁ ହଟାଇ ସେଠାରେ ପିଲାର୍‌ ବସାଇବାକୁ ଯୋଜନା ହୋଇଛି । ଏଥିପାଇଁ ଛକ ଉପରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ହଟାଯିବ । ଏହାକୁ ନେଇ ଏବେ ବିବାଦ ଛିଡ଼ା ହୋଇଛି । ୧୯୮୮ରୁ ମାଷ୍ଟରକ୍ୟାଣ୍ଟିନ୍‌ରେ ଏହି ଘୋଡ଼ା ପ୍ରତିମୂର୍ତ୍ତି ଠିଆ ହୋଇଛି । ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ନିହଣ ମୁନରେ ଏହି ଘୋଡ଼ା ପ୍ରତିମୂର୍ତ୍ତି ଜୀବନ୍ତ ଭଳି ଠିଆ ହୋଇଥିଲା । ହେଲେ ଗତ ୨୦୨୧ରେ  ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଜନପଥ କାମ ସମୟରେ ଏହି ଘୋଡ଼ା ଥିବା ଗୋଲେଇ ଛକକୁ ହଟାଯାଇଥିଲା । ସେବେଠୁ ବିବାଦ ସୃଷ୍ଟି ହୋଇଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି ।

ଦୀର୍ଘ ବର୍ଷର ଘୋଡ଼ା ହୋଇଥିବାରୁ ଏହାକୁ ସ୍ଥାନାନ୍ତର କଲେ ଏହା ଭାଙ୍ଗିବାର ଆଶଙ୍କା ରହିଛି । ଏଥିପାଇଁ ଗତଥର ଏହାକୁ ନ ହଟାଇ ଏହାର ଚାରିପାଖ ସ୍ଥାନକୁ ଛୋଟ କରା ଯାଇଥିଲା । ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ତତ୍ତ୍ୱାବଧାନରେ ନଷ୍ଟ ହୋଇଥିବା ଏହି ପ୍ରତିମୂର୍ତ୍ତିର ନବୀକରଣ କରାଯାଇଥିଲା । ଏବେ ପୁଣି ଥରେ ଏହି ପୁରାତନ ସ୍ଥାପତ୍ୟର ଅସ୍ତିତ୍ୱ ବିପଦରେ ପଡ଼ିଛି ।

ଖାଲି ଏହି ଗୋଟିଏ ପ୍ରତିମୂର୍ତ୍ତି ନୁହେଁ, ମେଟ୍ରୋ ପ୍ରକଳ୍ପ କାମ ହେଲେ ସ୍ମାର୍ଟ ଜନପଥର ସୌନ୍ଦର୍ଯ୍ୟକରଣ ଛାରଖାର ହୋଇଯିବ । କୋଟିଏ ଟଙ୍କିଆ ବାଉଁଶ ବାଡ଼ ହଟିବ । ଅନ୍ୟ ଭିତ୍ତିଭୂମି ବି ସମାଧି ନେବ । ଏହାଭିତରେ ମେଟ୍ରୋ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସପ୍ତାହକ ତଳେ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ (ଡିଏମ୍‌ଆରସି)ର ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ମେଟ୍ରୋ ରେଲ୍‌, ସ୍ମାର୍ଟସିଟି, ପୂର୍ତ୍ତ, ଗେଲ୍‌, ବିଏମ୍‌ସି, ଟିପିସିଓଡିଏଲ୍‌ର ଅଧିକାରୀ ମାନେ ସ୍ମାର୍ଟ ଜନପଥର ସର୍ଭେ କରିଥିଲେ । ବର୍ତ୍ତମାନ ତୁରନ୍ତ ସର୍ଭେ ରିର୍ପୋଟ ଦେବାକୁ କୁହାଯାଇଛି । ଏହି ସର୍ଭେ ରିର୍ପୋଟ ଆସିବା ପରେ ସବୁ ବିଭାଗକୁ ଖୁଣ୍ଟି, ଭୂ-ତଳ କେବୁଲ ହଟାଇବାକୁ ପଇସା ଦିଆଯିବ । ନିର୍ବାଚନ ସରିବା ପରେ ଜୁନ୍‌ ମାସରେ କାମ ଆରମ୍ଭ ହେବାକୁ ଟାର୍ଗେଟ ରଖାଯାଇଛି । ଏନେଇ ସମସ୍ତ ପକ୍ରିୟା ସରିଛି ।  

ସ୍ମାର୍ଟ ଜନପଥରେ କାମ ବେଳେ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିବ । ତେଣୁ କାମ ବେଳେ ଟ୍ରାଫିକ୍‌ ଡାଇଭର୍ଟ କରାଯିବ । ଏହା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଡ଼ କରାଯିବାକୁ ଯୋଜନା ହୋଇଛି । ମାଷ୍ଟରକ୍ୟାଣ୍ଟିନ୍‌ ଘୋଡ଼ା ହଟାଇବା ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ଦେବାକୁ ମନା କରିଥିଲେ । କାର୍ଯ୍ୟ ଆରମ୍ଭ ବେଳେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.