ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କେଜ୍ରିୱାଲଙ୍କ ପତ୍ନୀ ହୋଇ ଗଲେ ଆପ୍‌ର ନମ୍ୱର-୨, ସିସୋଦିଆ-ସଞ୍ଜୟ ସିଂହଙ୍କ ଠାରୁ ବି ଆଗରେ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍) ଲୋକସଭା ନିର୍ବାଚନ ପାଇଁ ୪୦ ଷ୍ଟାର ପ୍ରଚାରକଙ୍କର ତାଲିକା ଜାରି କରିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କର ପତ୍ନୀ ସୁନିତାଙ୍କ ସମେତ ପାର୍ଟିର ଅନେକ ଟାଣୁଆ ନେତାଙ୍କୁ ଏଥିରେ ସ୍ଥାନ ଦିଆ ଯାଇଛି। ହେଲେ , ଅନେକ ଷ୍ଟାର ପ୍ରଚାରକ ଏହି ସମୟରେ ଜେଲ୍‌ରେ ବନ୍ଦୀ ଅଛନ୍ତି , ଯେଉଁଥିରେ ନିଜେ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ଅଛନ୍ତି। ଏହା ଦେଖିବାକୁ ହୃଦୟସ୍ପର୍ଶୀ ହେବ କି ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ସେ ଜାମିନରେ ବାହାରକୁ ଆସୁଛନ୍ତି ନା ନାହିଁ। ସୁପ୍ରିମକୋର୍ଟରେ ତାଙ୍କର ଆବେଦନ ହୋଇଛି। ଏହି ମଧ୍ୟରେ ଆମ୍‌ ଆଦମୀ ପାର୍ଟିର ଷ୍ଟାର୍‌ ପ୍ରଚାରକଙ୍କ ତାଲିକାରେ ସେ କଥା ସ୍ପଷ୍ଟ ହୋଇ ଯାଇଛି କି ,ଯାହାକୁ ନେଇ କିଛି ଦିନ ପୂର୍ବରୁ ଆକଳନ କରାଯାଉ ଥିଲା। 

ଷ୍ଟାର ପ୍ରଚାରକଙ୍କ ତାଲିକାରେ ପ୍ରଥମ ନମ୍ୱରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ନାମ, ଯାହା କଥିତ ମଦ ଦୁର୍ନୀତି ମାମଲାରେ ଲାଗିଥିବା ଅଭିଯୋଗ କାରଣରୁ ଜେଲ୍‌ରେ ବନ୍ଦୀ ଅଛନ୍ତି। ସେପଟେ ଦ୍ୱିତୀୟ ନମ୍ୱରରେ ପ୍ରଥମ ଥର ତାଙ୍କର ପତ୍ନୀ ସୁନିତା କେଜ୍ରିୱାଲଙ୍କର ନାମ ରହିଛି। 

କେବଳ ଦିଲ୍ଲୀ ନୁହେଁ ହରିଆଣା ପାଇଁ ମଧ୍ୟ ଷ୍ଟାର ପ୍ରଚାରକଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ସୁନିତା ରହିଛନ୍ତି। ଏହା ପୂର୍ବରୁ ଗୁଜରାଟର ତାଲକାରେ ମଧ୍ୟ ଏମିତି ଦେଖିବାକୁ ମିଳିଥିଲା। ପ୍ରଥମ ଥର ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ସାମିଲ କରାଯାଇ ଥିବା ସୁନିତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ , କେଜ୍ରିୱାଲଙ୍କ ଡାହାଣ ହାତ କୁହାଯାଉ ଥିବା ମନିଷ ସିସୋଦିଆ ଓ ଟାଣୁଆ ନେତା ସଞ୍ଜୟ ସିଂହଙ୍କ ଠାରୁ ମଧ୍ୟ ଆଗରେ ରଖା ଯାଇଛି। 

ଗତ ଲୋକସଭା ନିର୍ବାଚନରେ ଯେବେ ଆମ୍‌ ଆଦମୀ ପାର୍ଟି ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ଜାରି କରିଥିଲା, ସେତେବେଳେ ଦିଲ୍ଲୀର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଦ୍ୱିତୀୟ ସ୍ଥାନରେ ରଖାଯାଇ ଥିଲା। ସିସୋଦିଆ ଏବେ ବର୍ଷେରୁ ଅଧିକ ସମୟ ଜେଲ୍‌ରେ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.