ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

୧୦ମିନିଟରେ ସୁନା-ଚାନ୍ଦିର ହେବ ଡେଲିଭରି, ଅକ୍ଷୟ ତୃତୀୟାରେ ୩କମ୍ପାନୀର ବଡ଼ ଘୋଷଣା

ନୂଆଦିଲ୍ଲୀ,୯/୫ :  ଅକ୍ଷୟ ତୃତୀୟା ଆସନ୍ତାକାଲି ତଥା ୧୦ମଇରେ ହେବ । ଏହି ଅବସର‌ରେ ସୁନା-ଚାନ୍ଦି କିଣିବାକୁ ଶୁଭ ବୋଲି କୁହାଯାଏ । ଯଦି ଆପଣ ବି କିଣିବାକୁ ମନ ବଳାଉଛନ୍ତି ତ ଏହି ଖବର ଆପଣଙ୍କର କାମରେ ଆସିପାରେ। ଅକ୍ଷୟ ତୃତୀୟାରେ ବିଗବାସ୍କେଟ, ସ୍ବିଗୀ ଇଷ୍ଟାମାର୍ଟ ଏବଂ ଜେପ୍ଟୋ କିଛି ମିନିଟରେ ସୁନା-ଚାନ୍ଦି କଏନର ଡେଲିଭରି କରିବେ । ଏଥିଲାଗି କମ୍ପାନୀମାନେ ଭିନ୍ନ- ଭିନ୍ନ ଜୁଏଲରୀ ବ୍ରାଣ୍ଡଙ୍କ ସହ ବୁଝାମଣାର ଘୋଷଣା କରିଛନ୍ତି । 

ପ୍ରକାଶ ଯେ, ବିଗବାସ୍କେଟ, ସ୍ବିଗୀ ଇଷ୍ଟାମାର୍ଟ ଏବଂ ଜେପ୍ଟୋ ୧୦ମିନିଟରେ ଜିନିଷ ଡେଲିଭରି କରିବା ପ୍ଲାଟଫର୍ମ ଅଟନ୍ତି । ଫଳରେ ଏହା ହେଲା କି ଆପଣଙ୍କୁ ଘରେ ବସି ୧୦ମିନିଟରେ ସୁନା ଏବଂ ଚାନ୍ଦୀ କିଣିପାରିବେ । ସ୍ବିଗୀ ନିଜ ସ୍ବିଗୀ ଇଷ୍ଟାମାର୍ଟ ଜରିଆରେ ଗ୍ରାହକଙ୍କ ପର୍ଯ୍ୟନ୍ତ ସୁନା-ଚାନ୍ଦିର ମୁଦ୍ରା ପହଞ୍ଚାଇବାକୁ ମାଲାବାର ଗୋଲ୍ଡ ଏଣ୍ଡ ଡାଇମଣ୍ଡ୍ସ ଏବଂ ମୁଥୁଟ ଏକ୍ଜିମ ସହ ଭାଗିଦାରୀ କରିଛି । ସେହିଭଳି ବିଗବାସ୍କେଟ ନାଓ ଗ୍ରାହକଙ୍କ ପର୍ଯ୍ୟନ୍ତ ସୁନା-ଚାନ୍ଦିର ମୁଦ୍ରା ପହଞ୍ଚାଇବାକୁ ତନିଷ୍କ ଏବଂ ଏମଏମଟିସି-ପିଏଏମପି ସହ ବୁଝାମଣା କରିଛି । 

ଏହିଭଳି ଭାବେ ଜେପ୍ଟୋ ଏଥିଲାଗି ନେକ ଜୁଏଲାରୀ ସହ ନିଜ ସହଯୋଗର ବି ଘୋଷଣା କରିଛି।  ଟାଟା ଗ୍ରୁପର କମ୍ପାନୀ ବିଗ ବାସ୍କେଟ ଏବଂ ଏମଏମଟିସି-ପିଏଏମପିର ବୁଝାମଣା ମାଧ୍ୟମରେ ଗ୍ରାହକଙ୍କୁ ୧୦ଗ୍ରାମରେ ଲକ୍ଷ୍ମୀ ଗଣେଶ ସିଲ୍ବର କଏନ, ସିଲ୍ବର ବାର ଭଳି ଜୁଏଲାରୀ ଆଇଟମ ଡେଲିଭରି କରାଯିବ । ସେହିଭଳି ତନିଷ୍କ ୨୨କ୍ୟାରେଟି ସୁନାର କଏନ ସହିତ ଭିନ୍ନ ଭିନ୍ନ ଜୁଏଲାରୀ ଆଇଟମ୍ ଯୋଗାଇଦେବେ । 

ପ୍ରକାଶ ଯେ, ଅକ୍ଷୟ ତୃତୀୟାରେ ସୁନା ଚାନ୍ଦୀ କିଣିବା ବିଶେଷ ପରମ୍ପରା ରହିଛି । ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା ହୋଇଥାଏ । ଏହା ମାନ୍ୟତା ଅଛି କି ଯେଉଁ ବ୍ୟକ୍ତି ସୁନା-ଚାନ୍ଦୀ କିଣିଥାନ୍ତି ତାଙ୍କର କେବେ ବି ଧନସମ୍ପଦର କେବେ କମି ହୋଇନଥାଏ । ଏହିଦିନ ଦାନର ବି ପରମ୍ପରା ରହିଛି । ଏହି ଦିନ ହିନ୍ଦୁ ମାସର ବୈଶାଖର ଶୁକ୍ଳପକ୍ଷର ତୃତୀୟ ଚନ୍ଦ୍ର ଦିବସରେ ପଡ଼ିଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.