ପ୍ରମୁଖ ଖବର
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଏୟାର ଇଣ୍ଡିଆ କର୍ମଚାରୀଙ୍କ ସମୂହ ଛୁଟି ମାମଲା, ୨୫ କ୍ରୁ ମେମ୍ବରଙ୍କୁ ଚାକିରରୁ ବାହାର କଲା କମ୍ପାନି

ନୂଆଦିଲ୍ଲୀ: କର୍ମଚାରୀଙ୍କ ସମୂହ ଛୁଟି ପରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଏୟାର ଇଣ୍ଡିଆ ଏବେ ଆକ୍ସନ ମୁଡକୁ ଆସିଛି । ଛୁଟିରେ ଯାଇଥିବା ୩ଶହ କ୍ୟାବିନ କ୍ରୁଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚାକିରିରୁ ବିଦା କରିଛି ଏୟାର ଲାଇନ୍‌ । ଏହା ସହ ଅନ୍ୟମାନଙ୍କୁ ଆଜି (ଗୁରୁବାର) ଅପରାହ୍ଣ ୪ଟା ସୁଦ୍ଧା ଚାକିରିରେ ଯୋଗ ଦେବାକୁ ଚେତାବନୀ ଦିଆଯାଇଛି ।  ସେପଟେ ବିବାଦର ସମାଧାନ ପାଇଁ ତୁରନ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଜରୁରି ବୈଠକ ଡାକିଛି। । ଯାତ୍ରୀ ଓ କମ୍ପାନି ଭୋଗୁଥିବା ଅସୁବିଧାର ସମାଧାନ ପାଇଁ ଏହି ଜରୁରି ବୈଠକ ଡକା ଯାଇଥିବା ଜଣାଯାଇଛି ।

ଏହି ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ ଦେବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି।। ଅସୁସ୍ଥତା ଦର୍ଶାଇ ଏକ ସଙ୍ଗେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ ସମୂହ ଛୁଟିରେ ଗତ ମଙ୍ଗଳବାର ରାତିରୁ ଚାଲି ଯାଇଛନ୍ତି। ଫଳରେ ଗତକାଲି ଏୟାର ଇଣ୍ଡିଆ ୧୦୦ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ୍ କରିବାକୁ ବାଧ୍ୟ ହୋଇଥିଲା । ଏହା ଦ୍ବାରା ପ୍ରାୟ ୧୫୦୦ ଯାତ୍ରୀ ପ୍ରଭାବିତ ହୋଇଥିଲେ ।  ଆଜି ମଧ୍ୟ ସମାନ ଅବସ୍ଥା ରହିଛି । ଏଥିଯୋଗୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବାତିଲ ହୋଇଥିବା ଫ୍ଲାଇଟ୍ସ ମଧ୍ୟରେ ଚେନ୍ନାଇରୁ କୋଲକତା, ଚେନ୍ନାଇରୁ ସିଙ୍ଗାପୁର ଆଦି ଫ୍ଲାଇଟ୍‌ ସାମିଲ ଅଛି । ଏହା ଦ୍ବାରା ଶତାଧିକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 




ମଙ୍ଗଳବାର ଦିନ ୩ଶହ କର୍ମଚାରୀ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇ ଯାଇଛି। ଫଳରେ ବୁଧବାର ବିମାନ ଚଳାଚଳ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ଚାକିରିରେ ଲାଗିଥିବା ନୂଆ ସର୍ତ୍ତକୁ ବିରୋଧ କରି କର୍ମଚାରୀମାନେ ଏପରି ସମୂହ ଛୁଟିରେ ଚାଲି ଯାଇଥିବା ଜଣାପଡ଼ିଛି ।ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ କ୍ୟାବିନ କ୍ରୁ ମେମ୍ବରଙ୍କ ଏକ ଟିମ୍‌ ଅଭିଯୋଗ କରିଥିଲେ ଯେ ମ୍ୟାନେଜମେଣ୍ଟ ଠିକ୍‌ ଭାବେ କାମ କରୁନି। କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି। ପରିଚାଳନାଗତ ତ୍ରୁଟି ହେତୁ କ୍ରୁ ମେମ୍ବର ମାନସିକ ଆଘାତ ପାଉଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

  • Air india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.