ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଦାଗୀ ନେତାଙ୍କ ନାଁରେ ୪୪୭୪ ମାମଲା, ସତ୍ୟପାଠ ଦାଖଲ କରି ଜଣାଇଲେ ଆମିକସ୍ କ୍ୟୁରୀ

ନୂଆଦିଲ୍ଲୀ,୨୩/୦୪: ଲୋକସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୯୦ ଆସନରେ ମୋଟ ୨୮୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ସେଥିରୁ ପ୍ରଥମ ପର୍ଯ୍ୟାୟରେ ୧୬୧୮ ନିର୍ବାଚନ ଲଢ଼ିଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୧୯୨ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦୧ ପ୍ରାର୍ଥୀ ଅର୍ଥାତ ୧୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଛି । ସେମାନଙ୍କ ଭିତରୁ ୩୨୭ ଜଣ ଅର୍ଥାତ ୧୨ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ ସେମାନଙ୍କୁ ୫ ବର୍ଷ କିମ୍ବା ତାଠାରୁ ଅଧିକ ଜେଲ୍‌ଦଣ୍ଡ ମିଳିବ ।

ଆଡଭୋକେଟ ବିଜୟ ହଂସାରିୟା ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ସତ୍ୟପାଠରେ ଏଡିଆର (ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌) ତଥ୍ୟର ଅବତାରଣା କରିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି କି ସାଂସଦ ଓ ବିଧାୟକଙ୍କ ମାମଲାର ତ୍ୱରିତ ଶୁଣାଣି ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର କୋର୍ଟ ଗତ ୨୦୨୩ରେ ୨ ହଜାରରୁ ଅଧିକ (୨୦୧୮ଟି) ମାମଲାର ରାୟ ପ୍ରକାଶ କରିଛନ୍ତି । ତେବେ ଚଳିତବର୍ଷ ଜାନୁଆରୀ ୧ ପର୍ଯ୍ୟନ୍ତ ଆହୁରି ୪୪୭୪ଟି ମାମଲା ବିଚାରାଧୀନ ରହିଛି । ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲାର ଶୀଘ୍ର ଶୁଣାଣି କରିବା ଲାଗି ଆଗତ ଏକ ଜନସ୍ୱାର୍ଥ ମାମଲାରେ ହଂସାରିୟାଙ୍କୁ ଆମିକସ କ୍ୟୁରୀ (ନ୍ୟାୟମିତ୍ର) ନିଯୁକ୍ତ କରାଯାଇଛି । ସାଂସଦ ଓ ବିଧାୟକଙ୍କ ବିରୋଧରେ ସବୁଠାରୁ ଅଧିକ ମାମଲା ଉତ୍ତରପ୍ରଦେଶରେ ରହିଛି । ସେଠାରେ ମୋଟ ୧୩୦୦ ମାମଲା ରହିଥିଲା ବେଳେ ସେଥିରୁ ୭୬୬ଟି ମାମଲାର ଫଇସଲା ହୋଇଛି । ସେହିଭଳି ବିହାରରେ ୫୨୫ ମାମଲାରୁ ୧୭୧ଟି ଫଇସଲା ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୭୬ରୁ ୨୩୨, କେରଳରେ ୩୭୦ରୁ ୧୩୨ ଏବଂ କର୍ଣ୍ଣାଟକରେ ୨୨୬ରୁ ୧୫୦ଟି ମାମଲାର ଫଇସଲା ହୋଇସାରିଛି । 

ହଂସାରିୟା ତାଙ୍କ ସତ୍ୟପାଠରେ ଯେଉଁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଦୀର୍ଘଦିନ ଧରି ମାମଲାର ଶୁଣାଣି ଚାଲିଛି ତାହା ଶୀଘ୍ର ଫଇସଲା କରିବା ଲାଗି ସମ୍ପୃକ୍ତ ରାଜ୍ୟର ସ୍ୱତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ତାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ଏଭଳି ସ୍ଥିତି ଥିଲା । ସେତେବେଳେ ନିର୍ବାଚନ ଲଢ଼ୁଥିବା ୭୯୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୦୦ ପ୍ରାର୍ଥୀ ଅର୍ଥାତ ୧୯ ପ୍ରତିଶତ ପ୍ରାର୍ଥୀଙ୍କ ଉପରେ ଅପରାଧିକ ମାମଲା ରହିଥିଲା । ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ ଅର୍ଥାତ ୧୦୭୦ ଜଣଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ଚାଲୁଥିଲା । ନିର୍ବାଚନ ଜିତି ସଂସଦ ପହଞ୍ଚିଥିବା ୫୧୪ ଜଣ ସାଂସଦଙ୍କ ମଧ୍ୟରୁ ୨୨୫ ଜଣ ଅର୍ଥାତ ୪୪ ପ୍ରତିଶତ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଥିଲା । କହିବାକୁ ଗଲେ ବିନା ଅପରାଧ ମାମଲା ଥିବା ପ୍ରାର୍ଥୀଙ୍କ ଅପେକ୍ଷା ଅପରାଧ ମାମଲା ଥିବା ଅଧିକ ସଂଖ୍ୟକ ପ୍ରାର୍ଥୀ ନିର୍ବାଚନରେ ଜିତି ସଂସଦକୁ ଯାଇଥିଲେ । ସାଂସଦ, ବିଧାୟକ ଓ ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ତ୍ୱରିତ ଫଇସଲା ଲାଗି ହଂସାରିୟା ମଧ୍ୟ କେତେକ ପ୍ରସ୍ତାବ ଦାଖଲ କରିଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.