ପ୍ରମୁଖ ଖବର
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ପୁରୀ ବିମାନବନ୍ଦର ବିକାଶ ପାଇଁ ଦୌଡ଼ରେ ଆଦାନି, ଜିଏମ୍‌ଆର୍‌, ଫେୟାର୍‌ଫାକ୍ସ; ପ୍ରକଳ୍ପ ମୂଲ୍ୟ ୨୨୦୩ କୋଟି

ନୂଆଦିଲ୍ଲୀ,୨୮/୦୪: ଜଗନ୍ନାଥ ଧାମ ପୁରୀରେ ନିର୍ମାଣ ହେବାକୁ ଯାଉଛି ୨୨୦୩  କୋଟିର ଏକ ଗ୍ରୀନ୍‌ଫିଲ୍‌ଡ ବିମାନବନ୍ଦର ।  ସରକାରୀ-ଘରୋଇ ସହଯୋଗିତା(ପିପିପି)ରେ  ବିକାଶ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ  ଚଳିତବର୍ଷ ଫେବ୍ରୁଆରୀରେ ଟେଣ୍ଡର ଡାକିଥିଲା ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ(ଇଡ୍‌କୋ) । ତେବେ ବିମାନ ବନ୍ଦରର ବିକାଶ ଲାଗି  ଆଗ୍ରହ ଦେଖାଇଛନ୍ତି ୩ ଶିଳ୍ପ ଅଗ୍ରଦୂତ । ଏହି କମ୍ପାନିତ୍ରୟ ହେଲେ ଆଦାନି ଗ୍ରୁପ୍‌, ଜିଏମ୍‌ଆର୍‌  ଏବଂ ଫେୟାର୍‌ଫାକ୍ସ । ଭାରତର ବୃହତ୍‌ ସଂଖ୍ୟକ  ବିମାନବନ୍ଦର ଏହି ୩ କମ୍ପାନିଙ୍କ ନିୟନ୍ତ୍ରଣରେ  ରହିଛି । 

ପୁରୀସ୍ଥିତ ସିପସରୁବାଲି ନିକଟରେ ୨,୨୦୩  କୋଟିର ଗ୍ରୀନ୍‌ଫିଲ୍‌ଡ ବିମାନବନ୍ଦର ବିକାଶ  ପାଇଁ ଏହି କମ୍ପାନିତ୍ରୟ ଆଗ୍ରହ ଦେଖାଇଥିବା ପ୍ରକ୍ରିୟା ସହ ଜଡ଼ିତ ଦୁଇ ଅଧିକାରୀ ସୂଚନା  ଦେଇଛନ୍ତି । ଶୁକ୍ରବାର ଏହି ପ୍ରକଳ୍ପର ଦ୍ୱିତୀୟ  ପର୍ଯ୍ୟାୟ ପ୍ରି-ବିଡ୍‌ ବୈଠକରେ ଆଦାନି ଏୟାର୍‌ପୋର୍ଟସ, ଫେୟାର୍‌ଫାକ୍ସ ଏବଂ ଜିଏମ୍‌ଆର୍‌  ଗ୍ରୁପ୍‌ ପ୍ରତିନିଧିମାନେ ଯୋଗ ଦେଇ ଇଚ୍ଛା ପ୍ରକାଶ  କରିଥିବା ସୂତ୍ରରୁ ଜଣାପଡ଼ିଛି । ବିମାନବନ୍ଦରର ନିର୍ମାଣ ଶେଷ ହେବା  ପାଇଁ କେତେ ସମୟ ଲାଗିବ, ସଂପୃକ୍ତ  କର୍ତ୍ତୃପକ୍ଷମାନଙ୍କଠାରୁ ଆବଶ୍ୟକୀୟ ମଞ୍ଜୁରି ଏବଂ  ଫି’ ଷ୍ଟ୍ରକ୍‌ଚରକୁ ନେଇ ବିଭିନ୍ନ ପ୍ରଶ୍ନ ଉପରେ  ବୈଠକରେ ଆଲୋଚନା ହୋଇଛି । ମେ’ ୧୦  ସୁଦ୍ଧା କର୍ତ୍ତୃପକ୍ଷମାନେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ । ବିଡ୍‌ ଦାଖଲ କରିବାର ଡେଡ୍‌ଲାଇନ୍‌  ଜୁନ୍‌ ୪ ଥିବାବେଳେ ଏହା ଜୁନ୍‌ ୫ରେ ଖୋଲିବ । 

ଇଡ୍‌କୋ ଅନୁସାରେ ପ୍ରକଳ୍ପ ମୂଲ୍ୟ ୨,୨୦୩  କୋଟି । ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦରର  ବାର୍ଷିକ ଯାତ୍ରୀ ପରିଚାଳନା କ୍ଷମତା ୪୬ ଲକ୍ଷ  ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଏହା ୧.୦୧୮ କୋଟି  ଏବଂ ତୃତୀୟ ପର୍ଯ୍ୟାୟରେ ଅତିରିକ୍ତ ୧.୬୬୯  କୋଟି ରହିବ ବୋଲି ଅନୁମାନ କରାଯାଇଛି । ନିୟାମକ ମଞ୍ଜୁରୀ ମିଳିଲେ ପ୍ରଥମ  ପର୍ଯ୍ୟାୟରେ ହିଁ ଏହି ବିମାନବନ୍ଦର ଅନ୍ତର୍ଜାତୀୟ  ହୋଇପାରେ ବୋଲି ଇଡ୍‌କୋ ସ୍ପଷ୍ଟ କରିଛି ।  ଇଡ୍‌କୋ ପକ୍ଷରୁ ଦିଆଯାଇଥିବା ବିବରଣୀ  ଅନୁସାରେ, ଏହି ବିମାନବନ୍ଦରର ମୋଟ ଲ୍ୟାଣ୍ଡ୍‌  ଏରିଆ ପ୍ରାୟ ୧,୧୮୪ ଏକର ରହିବ । ଏଥିମଧ୍ୟରୁ ୧୦୦ ଏକରକୁ ସହର ପାଶ୍ୱର୍ ବିକାଶ ପାଇଁ  ରଖାଯିବ । ଜମିର ମୂଲ୍ୟ ୩୦୦ କୋଟି ଟଙ୍କା ଥିବା  ଆକଳନ କରାଯାଇଛି । ତେବେ ବିମାନବନ୍ଦରକୁ  ଇଡ୍‌କୋ ଏକ ୪-ଲେନ୍‌ ଆକ୍ସେସ୍‌ ରୋଡ୍‌  ଯୋଗାଇବ ।  ଓଡ଼ିଶା ବାଣିଜ୍ୟ ଏବଂ ପରିବହନ ବିଭାଗର  ଜଣେ ଅଧିକାରୀ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ  ଜଗନ୍ନାଥ ମନ୍ଦିର ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳ  ନିକଟତର ହୋଇଥିବାରୁ ବ୍ରହ୍ମଗିରି ମୌଜା  ନିକଟସ୍ଥ ସିପସରୁବାଲିକୁ ବିମାନବନ୍ଦର ପାଇଁ  ବଛାଯାଇଛି । ଫଳରେ ପର୍ଯ୍ୟଟନକୁ ବଳ ମିଳିବ ।  ପୁରୀକୁ ବିମାନ ଯୋଗେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ ।  

ସୂଚନାଯୋଗ୍ୟ, ଭାରତର ବୃହତ୍‌ ସଂଖ୍ୟକ  ବିମାନବନ୍ଦରର ନିୟନ୍ତ୍ରଣ ଉପରୋକ୍ତ ୩ଟି  କମ୍ପାନିଙ୍କ ଅଧୀନରେ ରହିଛି । ଆଦାନି ଗ୍ରୁପ୍‌ ଭାରତର ସର୍ବବୃହତ୍‌ ବିମାନବନ୍ଦର ଅପରେଟର  ଭାବେ ଜଣା । କମ୍ପାନି ମୁମ୍ବାଇ, ଅହମ୍ମଦାବାଦ,  ଲକ୍ଷେ୍ନø, ମାଙ୍ଗାଲୁରୁ, ଜୟପୁର, ଗୌହାଟି ଏବଂ  ଥିରୁଅନନ୍ତପୂରମ ବିମାନ ବନ୍ଦରର ପରିଚାଳନା  କରୁଛି । ଗ୍ରୁପ୍‌ ପ୍ରକାଶ କରିଛି ଯେ, ଏହା ନିଜର  ବିମାନବନ୍ଦରଗୁଡ଼ିକୁ ଆଭିଏସନ୍‌ ହବ୍‌ ଭାବେ  ବିକଶିତ କରିବା ଲାଗି ଆସନ୍ତା ୧୦ ବର୍ଷରେ  ୬୦,୦୦୦ କୋଟି ଟଙ୍କା ନିବେଶ କରିବ ।  

ସେହିଭଳି ଫେୟାର୍‌ଫାକ୍ସ ଇଣ୍ଡିଆ  ହୋଲ୍‌ଡିଙ୍ଗ୍‌ସ କର୍ପୋରେଶନ୍‌ କାନାଡା ଅରବପତି  ପ୍ରେମ୍‌ ୱାଟ୍‌ସାଙ୍କ ନେତୃତ୍ୱାଧୀନ କମ୍ପାନି ।  ବାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାର  ସିଂହଭାଗ ଅଂଶଧନ ରହିଛି ।  ଅନ୍ୟପକ୍ଷରେ, ଜିଏମ୍‌ଆର୍‌ ଗ୍ରୁପ୍‌ ଦିଲ୍ଲୀ  ଅନ୍ତର୍ଜାତୀୟ ବିମାନବନ୍ଦର, ହାଇଦ୍ରାବାଦ  ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମନୋହର  ଅନ୍ତର୍ଜାତୀୟ ବିମାନବନ୍ଦର, ଗୋଆର  ପରିଚାଳନା କରୁଛି । ଏହାସହିତ କମ୍ପାନି  ମଧ୍ୟ ଆନ୍ଧ୍ରପ୍ରଦେଶର ବିଜିୟାନଗରମ୍‌ସ୍ଥିତ  ଭୋଗପୂରମଠାରେ ଏକ ଅନ୍ତର୍ଜାତୀୟ  ଗ୍ରୀନ୍‌ଫିଡ୍‌ ବିମାନବନ୍ଦରର ବିକାଶ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.