ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

୭୬ ବର୍ଷ ବିନା ଅନ୍ନ-ଜଳରେ ବଞ୍ଚିଥିବାର ଦାବି କରୁଥିବା ସନ୍ଥଙ୍କର ମୃତ୍ୟୁ !

ଗୁଜୁରାଟ : ଗୁଜୁରାଟର ପ୍ରସିଦ୍ଧ  ୯୦ ବର୍ଷିୟ  ଯୋଗୀ  ପ୍ରହଲ୍ଲାଦ ଜାନୀ  ଓରଫ୍ ଚୁନରୀବାଲା ମାତାଜୀଙ୍କର ମଙ୍ଗଳବାର ସକାଳେ  ଗାନ୍ଧିନଗର ଜିଲ୍ଲା  ସ୍ଥିତ ତାଙ୍କ ପୈତୃକ  ଗାଁ ଚରାଡ଼ାରେ ମୃତ୍ୟୁ ହୋଇଛି ।  ସେ  ୭୬ ବର୍ଷରୁ ଅଧିକ ସମୟ  ଅନ୍ନ-ଜଳ ଗ୍ରହଣ ନକରି ଜୀବିତ ରହିଥିବାର ଦାବି କରୁଥିଲେ ।  ଗୁଜୁରାଟରେ  ବହୁ ସଂଖ୍ୟାରେ ତାଙ୍କର ଅନୁଗାମୀ ତଥା ଶିଷ୍ୟ ଅଛନ୍ତି ।

ଶିଷ୍ୟଙ୍କ  ତରଫରୁ  ଜାରି  ଏକ ବୟାନ ଅନୁସାରେ , ଯାନି  ପୈତୃକ ଗାଁରେ  କିଛି ସମୟ ବିତେଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ଏଣୁ ଶ୍ରଦ୍ଧାଞ୍ଜଳି  ପାଇଁ ତାଙ୍କର ପାର୍ଥିବ ଶରୀର ବନାସକାଣ୍ଠା ଜିଲ୍ଲାରେ ଅମ୍ୱାଜୀ  ମନ୍ଦିରର ପାଖ ଆଶ୍ରମରେ ରଖାଯିବ।   ଯେଉଁଠି  ଗୁରୁବାର  ଦିନ  ତାଙ୍କୁ ସମାଧି  ଦିଆଯିବ।

ଦେବୀ ମାଆ ଅମ୍ୱାଙ୍କର ଉପାସକ ଜାନୀ ଚୁନରୀ ପିନ୍ଧି ମହିଳାଙ୍କ ପରି ସବୁବେଳେ ରହୁଥିବା କାରଣରୁ  ଚୁନରୀବାଲା  ନାମରେ ସେ ଚର୍ଚ୍ଚିତ ଥିଲେ ।   

ସନ୍ଥ ଜାନୀ ଅନ୍ନ –ଜଳ ଗ୍ରହଣ ନକରି  ଜୀବିତ ରହୁଥିବାର ଦାବିକୁ ୨୦୦୩ ଓ ୨୦୧୦ ମସିହାରେ ବୈଜ୍ଞାନିକମାନେ  ପରୀକ୍ଷା କରିଥିଲେ ।  ୨୦୧୦ରେ  ଡିଫେନ୍ସ  ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ଫିଜିଓଲୋଜି  ଆଣ୍ଡ  ଏଲାଇଡ୍‌ ସାଇନ୍ସେସ (ଡିଆଇପିଏଏସ୍‌)ର ବୈଜ୍ଞାନିକମାନେ ଏବଂ  ଡାକ୍ତରମାନେ  ତାଙ୍କର ୧୫ ଦିନ ନିରୀକ୍ଷଣ କରିଥିଲେ ।

 ଡିଆଇପିଏଏସ୍‌ କହିଥିଲା  କି ସେ ଭୋକ ଓ ପାଣିକୁ ଦୂରେଇ ବଞ୍ଚିବା ପାଇଁ ତାଙ୍କ ଶରୀରରେ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି।

୭୬ ବର୍ଷ ସେ କେବଳ ପବନରେ ଜୀବିତ ରହିଥିଲେ –

ଶିଷ୍ୟମାନେ କହିଛନ୍ତି , ଯୋଗୀ  ପ୍ରହଲ୍ଲାଦ ଜାନୀ ଆଧ୍ୟାତ୍ମିକ  ଅନୁଭବର ଅନ୍ୱେଷଣରେ  ଖୁବ୍‌ କମ୍‌ ବୟସରେ  ଘର ତ୍ୟାଗ କରିଦେଇଥିଲେ । ୧୪ ବର୍ଷ ବୟସରେ ସେ  ଖାଇବା ପିଇବା  ମଧ୍ୟ ଛାଡ଼ି ଦେଇଥିଲେ ।  ସେ ଏମିତି ଜଣେ ଯୋଗୀ ରୂପରେ ଲୋକପ୍ରିୟ  ହୋଇଥିଲେ , ଯିଏକି ଖାଲି ପବନ ଦ୍ୱାରା  ଜୀବିତ ରହିଥିଲେ ।  ଶିଷ୍ୟଙ୍କ ଅନୁସାରେ , ସେ  ୭୬ ବର୍ଷ ବିନା  ଭୋଜନ ଓ ଜଳରେ ବଞ୍ଚିରହିଥିଲେ । ସେ କହୁଥିଲେ ତାଙ୍କୁ ଦେବୀ ମାଆ ଜୀବିତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.