ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ

ଚେନ୍ନାଇ,୯।୫: ତାମିଲନାଡୁର ଶିବକାଶୀରେ ଏକ ବାଣ ତିଆରି ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୮ ମୃତ। ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ରୁ ଅଧିକ ଆହତ ହୋଇଛନ୍ତି। ଶିବକାଶୀ ନିକଟସ୍ଥ ସେଗାମାଲାପଟ୍ଟି ଗାଁରେ ଶ୍ରୀ ସୁଦର୍ଶନ ଫାୟାରଓ୍ବାର୍କରେ ଏହି ଅଘଟଣ ଘଟିଛି। ଏହି ବାଣ କାରଖାନାରେ ୪୦ ରୁ ଅଧିକ ଓ୍ବାର୍କିଂ ସେଡ୍ ରହିଛି। 

ଗୁରୁବାର ମଧ୍ୟାହ୍ନରେ ଯେତେବେଳେ କର୍ମଚାରୀମାନେ ଓ୍ବାର୍କିଂ ସେଡ୍‌ରେ ବାଣ ତିଆରି କରୁଥିଲେ ସେତେବେଳେ ବିସ୍ଫୋରଣ ହୋଇଥିଲେ। ନିଆଁ ଆଖପାଖର ସେଡ୍‌ରେ ବ୍ୟାପି ଯାଇଥିଲା। ସୂଚନା ମିଳିବା ପରେ ଅଗ୍ନିଶମ ଓ ଉଦ୍ଧାରକାରୀ ସେବା କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ନିୟନ୍ତ୍ରଣରେ ନେଇଥିଲେ।  

ଆହତଙ୍କ ଭିତରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସମସ୍ତ ମୃତକ ବାଣ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ବିସ୍ଫୋରଣ ପରେ ପୁରା ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଫାୟାର ବ୍ରିଗେଡ୍ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଓ ନିଆଁ ଲିଭାଇବାରେ ଲାଗିଯାଇଥିଲେ। ନିଆଁ ଲାଗିବାର କାରଣ ଏପଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଗୁରୁତର ଶ୍ରମିକଙ୍କଚ ଚିକିତ୍ସା ପାଇଁ ନିକଟସ୍ଥଳ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.