ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ, କାର ଭିତରୁ ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର

ଲଖନପୁର/ଜାମଗାଁ ୯/୫ : ଝାରସୁଗୁଡ଼ାରେ ଚାଞ୍ଚଲ୍ୟ। କାର ଭିତରୁ ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର। ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଣ୍ଡିପାହାଡ଼ ନିକଟସ୍ଥ ପଡିଆରେ ଏକ କାରରୁ ବାପା, ମା ଏବଂ ଜଣେ ନାବାଳିକା ଝିଅର ମୃତଦେହ ପୁଲିସ ଠାଵ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ମୃତକମାନେ ହେଲେ ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀନଗରର ସୁଜିତ ରାୟ(୩୭ ବର୍ଷ), ସ୍ତ୍ରୀ ଖୁସବୁ ରାୟ(୨୮ ବର୍ଷ) ଏବଂ ଝିଅ ଅର୍ପିତା ରାୟ(୧୨ ବର୍ଷ) ବୋଲି ଜଣାପଡିଛି। ସମସ୍ତ ମୃତକଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚି଼ହ୍ନ ରହିଛି ଏବଂ କାରରେ ମଧ୍ୟ ଗୁଳି ଦାଗ ରହିଛି। ବାପା ସୁଜିତ ରାୟ ପ୍ରଥମେ ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି। କାର ଓ ବନ୍ଧୁକକୁ ପୋଲିସ ଜବତ କରିଛି। ସାଇଣ୍ଟିଫିକ ଟିମ ଉପସ୍ଥିତରେ ଶବ ଜବତ କରି ବ୍ୟବଛେଦ ପାଇଁ ଝାରସୁଗୁଡା ପଠାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.