ପ୍ରମୁଖ ଖବର
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ରେଜଲ୍ଟ ଆସିବା କ୍ଷଣି ସପାର ଗୁଣ୍ଡାଙ୍କ ଗରମ ଶାନ୍ତ ହୋଇଯିବ : ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ହମଲା

ଉନ୍ନାବ ଶାହଜହାଁପୁର – ଲୋକସଭା ନିର୍ବାଚନକୁ ନେଇ ୟୁପିର ମୁଖ୍ୟମନ୍ତ୍ରୀ ପୂରା ଜୋସ୍‌ରେ ଲାଗି ପଡ଼ିଛନ୍ତି। ଯୋଗୀ ଆଦିତ୍ୟନାଥ ଜୋରସୋରରେ ସଭା ସବୁ କରୁଛନ୍ତି। ସୋମବାର ସେ ଉନ୍ନାବ ଓ ଶାହଜହାଁପୁରରେ ଜନସଭାକୁ ସମ୍ୱୋଧିତ କରିଥିଲେ। ଏହି ସମୟରେ ତାଙ୍କର ଟାର୍ଗେଟ୍‌ରେ ୟୁପିର ମୁଖ୍ୟ ବିରୋଧି ପାର୍ଟି ସପା (ସମାଜବାଦୀ ପାର୍ଟି) ରହି ଥିଲା। ସପାର ହମଲା କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ - ନିର୍ବାଚନ ଆସିଲେ ତାଙ୍କର ଗରମ ବଢିଯାଏ। ତାଙ୍କୁ ଲାଗେ କି ପୁଣି ଥରେ କ୍ଷମତାକୁ ଆସି ନିଜର ଆତଙ୍କ ଖେଳାଇବେ। ନିର୍ବାଚନ ଫଳ ଆସିବା କ୍ଷଣି ଏହି ଗୁଣ୍ଡମାନଙ୍କର ଗରମ ଧିରେ ଧିରେ ଶାନ୍ତ ହୋଇ ଯାଏ। କଂଗ୍ରେସ ଉପରେ ମଧ୍ୟ ଟାର୍ଗେଟ୍ କରି ଯୋଗୀ କହିଛନ୍ତି ଯେ ଏହାର ଇତିହାସ କେବଳ ପ୍ରଭୁ ରାମଙ୍କର ବିରୋଧ କରିବାରେ ରହିଛି।

ଉନ୍ନାବରେ ସାକ୍ଷୀ ମହାରାଜଙ୍କ ପକ୍ଷରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ଯୋଗୀ କହିଥିଲେ, କଂଗ୍ରେସ ଓ ସପାର ଇତିହାସ ପ୍ରଭୁ ରାମଙ୍କର ଖାଲି ବିରୋଧ କରିବାରେ ରହିଛି। କଂଗ୍ରେସ କହୁଥିଲା କି ପ୍ରଭୁ ରାମ ହିଁ ନାହାନ୍ତି।

ଯୋଗୀ ଅଭିଯୋଗ କରି କହିଛନ୍ତି , ସପା ନିଜର ଶାସନକାଳରେ ଆତଙ୍କବାଦୀଙ୍କ ମୋକଦମା ଫେରେଇ ନେଉ ଥିଲା। ଏହି ଲୋକେ ଅଯୋଧ୍ୟା , ରାମପୁରରେ ସିଆରପିଏଫ୍‌ କ୍ୟାମ୍ପ, କାଶୀରେ ସଙ୍କଟମୋଚନ ମନ୍ଦିର , ଲକ୍ଷ୍ନୌ , ଅଯୋଧ୍ୟା ଓ ବାରାଣାସୀର କୋର୍ଟ କ୍ଲର୍କଙ୍କ ଉପରେ ହମଲା କରିଥିବା ଆତଙ୍କୀଙ୍କ ମୋକଦମାକୁ ଫେରସ୍ତ ନେବାକୁ ପ୍ରୟାସ କରୁଥିଲା। ସେ କହିଛନ୍ତି , ଏହା ଉପରେ କୋର୍ଟ ଦୃଢ ଟିପ୍ପଣୀ କରି କହିଥିଲେ କି, ଆଜି ଆପଣ ତାଙ୍କର ମୋକଦମା ଫେରେଇ ନେବା କଥା କହୁଛନ୍ତି ଏବଂ କାଲି ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରିବେ। ଏହାପରେ କୋର୍ଟ ସମାଜବାଦୀ ପାର୍ଟିକୁ ରୋକି ଥିଲା। ସରକାରଙ୍କର ଏହି କାର୍ଯ୍ୟ ବିପଜ୍ଜନକ ଓ ନିନ୍ଦନୀୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.